👉 ପଦ୍ମପୁର ଠାରେ ABCD ଅନୁଷ୍ଠାନ ପକ୍ଷରୁ ମାରାଥନ ଦୌଡ଼
👉 ୪୫ ଜଣ ପ୍ରତିଯୋଗୀଙ୍କ ଉତ୍ସାହଜନକ ଅଂଶଗ୍ରହଣ
ପଦ୍ମପୁର: ପଦ୍ମପୁର ଅଞ୍ଚଳର ପଦ୍ମପୁର ଠାରେ ABCD ଅନୁଷ୍ଠାନ ପକ୍ଷରୁ ଏକ ମାରାଥନ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଦୌଡ଼ରେ ବିଭିନ୍ନ ଅଞ୍ଚଳରୁ ମୋଟ ୪୫ ଜଣ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ଦୌଡ଼ ପଦ୍ମପୁର ଭେଉଁରିଆଛକ ଠାରୁ ଇନଡୋର ଷ୍ଟେଡିୟମ ପର୍ଯ୍ୟନ୍ତ ହୋଇଥିଲା । ୭ କିଲୋମିଟର ମାରାଥନ ଦୌଡ଼ ହୋଇଥିଲା ।
ମାରାଥନରେ ସୋନପୁର ସାହାଜବାହାଲର ରାଧେଶ୍ୟାମ ହରିପାଳ ୨୨ ମିନିଟ୍ ସମୟରେ ଦୌଡ଼ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ସୋନପୁର ଡୁଙ୍ଗୁରିପାଲିର ସୁଦର୍ଶନ ପଟେଲ ୨୮ ମିନିଟ୍ ସମୟରେ ଦ୍ୱିତୀୟ ସ୍ଥାନ ଏବଂ ପଦ୍ମପୁର ଦେଉଳିର ସୁମନ୍ତ ସାନବର୍ଷା ୩୨ ମିନିଟ୍ ସମୟରେ ଦୌଡ଼ ଶେଷ କରି ତୃତୀୟ ସ୍ଥାନ ହାସଲ କରିଥିଲେ।
ଏହି ମାରାଥନ ଦୌଡ଼ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ, ଶାରୀରିକ ସୁସ୍ଥତା ଏବଂ ଶୃଙ୍ଖଳାବଦ୍ଧ ଜୀବନଶୈଳୀ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରହିଥିବା ଜଣାପଡ଼ିଛି। ପ୍ରତିଯୋଗିତାରେ ସମସ୍ତ ଅଂଶଗ୍ରହଣକାରୀଙ୍କ ଉତ୍ସାହ ଓ ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ କରିଥିଲା।
Bargarh, Bargarh (Baragarh) | Sep 13, 2026