ସେମିଳିଗୁଡା ହତ୍ୟା ମାମଲାରେ ପୋଲିସର ବଡ଼ ସଫଳତା,
ସେମିଳିଗୁଡା ଥାନା କେସ୍ ନଂ-୧୨୬ର ତଦନ୍ତରେ ଆନ୍ଧ୍ରପ୍ରଦେଶରୁ ଯୁବତୀଙ୍କ ମୃତଦେହ ଉଦ୍ଧାର।
କୋରାପୁଟ ଦଶମନ୍ତପୁର ଥାନା ଟୁଙ୍କାଲ ଗାଁର ୨୨ ବର୍ଷୀୟା ଆଲବିନା ଗରଡ଼ାଙ୍କ ସନ୍ଦେହଜନକ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ।ସେମାନେ ହେଲେ ମୋହନ ଖିଲ୍ଲା ଓ ମିଲନ କୁଲଦୀପ। ତଦନ୍ତ ବେଳେ ମିଳିଥିବା ସୂଚନା ଆଧାରରେ ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲା ଗଜପତିନଗରମ ଥାନା ଅନ୍ତର୍ଗତ ମାରୁପାଲି ନିକଟରୁ ମାଟି ତଳେ ପୋତା ଯାଇଥିବା ଆଲବିନାଙ୍କ ମୃତଦେହ ଉଦ୍ଧାର କରାଯାଇଛି।ମୃତଦେହକୁ ତାଙ୍କ ବାପା ଚିହ୍ନଟ କରିଛନ୍ତି। ଘଟଣାସ୍ଥଳରୁ ଏକ ୱାଗନ୍ଆର୍ କାର୍, କୋଦାଳ ଓ ଗଇଁତି ସମେତ ମୋବାଇଲ୍ ଫୋନ୍, ଅଭିଯୁକ୍ତଙ୍କ ପୋଷାକ ଏବଂ ବୈଜ୍ଞାନିକ ନମୁନା ଜବତ ହୋଇଛି।ପୋଲିସର ସୂଚନା ଅନୁସାରେ, ମୋହନ ଖିଲ୍ଲା ହତ୍ୟାକାଣ୍ଡ ଘଟାଇବା ପରେ ମୃତଦେହ ଲୁଚାଇବାରେ ମିଲନ କୁଲଦୀପ ସହଯୋଗ କରିଥିବା ଅଭିଯୋଗ ରହିଛି। ସିଡିଆର୍ ଓ ମୋବାଇଲ୍ ଲୋକେସନ୍ ଯାଞ୍ଚରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।ଦୁଇ ଅଭିଯୁକ୍ତଙ୍କୁ ୧୩ ତାରିଖ ରାତିରେ ଗିରଫ କରାଯାଇ ୧୪ ତାରିଖରେ କୋର୍ଟରେ ହାଜର କରାଯାଇଛି। ମୃତଦେହର ପୋଷ୍ଟମର୍ଟମ ସହ ଡିଏନ୍ଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି।ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସୁନାବେଡ଼ା ଏସଡିପିଓ ସୂଚନା ଦେଇଛନ୍ତି।