#ଦେଓମାଳି_ଗେଟ୍କୁ_ନେଇ_ବିବାଦ
#ଧାରଣାରେ_ଦୁଇ_ପଞ୍ଚାୟତବାସୀ
ପର୍ଯ୍ୟଟନ ଋତୁ ପୂର୍ବରୁ ଓଡ଼ିଶାର ପ୍ରସିଦ୍ଧ ଦେଓମାଳିକୁ ନେଇ ତେଜିଲା ବିବାଦ। ଦୁଇଟି ପ୍ରବେଶ ଗେଟ୍ର ପରିଚାଳନା ଦାୟିତ୍ୱ କୋଟିଆ ପଞ୍ଚାୟତକୁ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସେମିଳିଗୁଡ଼ା ବ୍ଲକର ଦୁଧାରୀ ଓ ଉପରକାଣ୍ଟି ପଞ୍ଚାୟତବାସୀ। ସେମାନଙ୍କ ଦାବି, ଦେଓମାଳିକୁ ସଂଯୋଗ କରୁଥିବା ରାସ୍ତା ସେମାନଙ୍କ ପଟ୍ଟା ଜମି ଉପରେ ନିର୍ମିତ ହୋଇଛି। ତେଣୁ ଦୁଇଟି ଗେଟ୍ ମଧ୍ୟରୁ ଗୋଟିଏର ପରିଚାଳନା ଦାୟିତ୍ୱ ସେମାନଙ୍କୁ ଦିଆଯାଉ। ଏହି ଦାବିରେ ୨ ନମ୍ବର ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ଉଭୟ ପଞ୍ଚାୟତବାସୀ।ଅନ୍ୟପକ୍ଷରେ, ଜିଲ୍ଲା ପ୍ରଶାସନର ଅନୁମତି ଥିବାରୁ ଦୁଇଟି ଗେଟ୍ର ଦାୟିତ୍ୱ ଛାଡ଼ିବାକୁ ନାରାଜ କୋଟିଆବାସୀ। ଫଳରେ ଦୁଇ ପକ୍ଷ ନିଜ ନିଜ ଜିଦ୍ରେ ଅଟଳ ରହିଛନ୍ତି।ପର୍ଯ୍ୟଟନ ଋତୁ ଆରମ୍ଭ ପୂର୍ବରୁ ଏହି ବିବାଦର ସମାଧାନ କରି ସମସ୍ତ ପଞ୍ଚାୟତର ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଦାବି ହେଉଛି।