ଆସନ୍ତା ଡ଼ିସେମ୍ବର ୧୩ ତାରିଖରେ ସ୍ବୀକୃତିପ୍ରାପ୍ତ #ଇଉନିୟନ୍ ଭାବେ ରାଉରକେଲା ଶ୍ରମିକ ସଂଘର କାର୍ଯ୍ୟକାଳ ଶେଷ ଦେଉଛି। ଉଲ୍ଲେଖଯୋଗ୍ୟ ଯେ, ସର୍ବପ୍ରଥମେ ରାଉରକେଲା ଶ୍ରମିକ ସଂଘ ହିଁ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇ #ଇସ୍ପାତ #ଶ୍ରମିକମାନଙ୍କୁ ଗୁପ୍ନ ମତଦାନ ମାଧ୍ୟମରେ ନିଜର ମତାକାର ସାବ୍ୟସ୍ତ କରିବାର ସୁଯୋଗ ପ୍ରଦାନ କରାଇବାରେ ସଫଳ ହୋଇଥିଲା।
ସେହି ଗଣତାନ୍ତ୍ରିକ ଅଧିକାର ଓ ପରମ୍ପରାକୁ ସମ୍ମାନ ଜଣାଇ, ସ୍ବୀକୃତିପ୍ରାପ୍ତ ଇଉନିୟନ୍ର କାର୍ଯ୍ୟକାଳ ଶେଷ ହେବାର ଏକ ମାସ ପୂର୍ବରୁ ସଂଘ ଅତିଶୀଘ୍ର ପୁନଃ ନିର୍ବାଚନ କରାଇବା ପାଇଁ #RLCଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଆବେଦନ କରି ସାରିଛି ।
ଅନ୍ୟମାନଙ୍କ ବିରୋଧରେ କୁତ୍ସାରଟନା କରିବା ଅପେକ୍ଷା ରାଉରକେଲା ଶ୍ରମିକ ସଂଘ ସର୍ବଦା ବାସ୍ତବତା ଓ ସତ୍ୟକୁ ଗୁରୁହ ଦେଇଥାଏ । ଏହାର କାର୍ଯ୍ୟଶୈଳୀ ଓ ଶ୍ରମିକଙ୍କ ପ୍ରତି ନିଷ୍ଠାକୁ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀମାନେ ଆଠ ଆଠ ଥର ବିଜୟୀ କରାଇ ସ୍ବୀକୃତି ପ୍ରଦାନ କରିଛନ୍ତି । କାରଖାନାର କର୍ମଚାରୀମାନଙ୍କ ପ୍ରତିଟି ସଫଳତା ପଛରେ କେଉଁଠି ନା କେଉଁଠି ରାଉରକେଲା ଶ୍ରମିକ ସଂଘର ଅବଦାନ ରହିଛି। କର୍ମଚାରୀଙ୍କ ହିତସାଧନ ପାଇଁ ସଂଘ ଅନେକ ଐତିହାସିକ ସଫଳତା ହାସଲ କରିଛି, ଯାହା ଶ୍ରମିକ ବନ୍ଧୁମାନଙ୍କୁ ଅଜଣା ନାହିଁ। ରାଉରକେଲା ଶ୍ରମିକ ସଂଘ କଥା ଅପେକ୍ଷା କର୍ମକୁ ଅଧିକ ବିଶ୍ବାସ କରେ। ସତ୍ୟ ଓ ତଥ୍ୟକୁ ଆଧାର କରି ସଂଘ ସବୁବେଳେ ଶ୍ରମିକମାନଙ୍କ ନିକଟରେ ନିଜର ପକ୍ଷ ରଖୁଆସିଛି।
୨୦୨୪ #ନିର୍ବାଚନରେ ବିଜୟୀ ହେବା ପରଠାରୁ ଗତ ଦୁଇବର୍ଷ ମଧ୍ୟରେ ସଂଘ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ଦାବି ପୂରଣ ପାଇଁ ନିରନ୍ଧର ଉଦ୍ୟମ କରିଆସିଛି। କେତେକ ଦାବି ହାସଲ କରିବାରେ ସଫଳ ହୋଇଥିବାବେଳେ ଆଉ କେତେକ ଦାବି ଏବେ ବି ବାକି ରହିଛି। ତେବେ ବର୍ତ୍ତମାନ ସଂଘର ସବୁଠାରୁ ବଡ଼ ଦାୟିତ୍ଵ ହେଉଛି ରାଉରକେଲା ଇସ୍ପାତ କାରଖାନା ଏବଂ ଏହାର ବିଭିନ୍ନ ବିଭାଗକୁ ଘରୋଇକରଣର କବଳରୁ ରକ୍ଷା କରିବା ଇସ୍ପାତ ଜେନେରାଲ ହସ୍ପିଟାଲ ଓ ଷ୍ଟିଲ ଟାଉନସିପ୍ ଘରୋଇକରଣର ହେବାକୁ ଯାଉଥିବାବେଳେ ରାଉରକେଲା ଶ୍ରମି ସଂଘର ଦୃଢ଼ ବିରୋଧ ଓ ନିରନ୍ଧର ଉଦ୍ୟମ ଯୋଗୁଁ ଏହାକୁ ରୋକିବା ସମ୍ଭବ ହୋଇଛି ।
ଏବେ ରାଉରକେଲା ଇସ୍ପାତ କାରଖାନାରେ #Expansion କାମ ଜାରି ରହିଛି ଏବଂ ଆହୁରି ମଧ୍ୟ ୩୦୦୦୦ କୋ ଟଙ୍କାର expansion ହେବାକୁ ଯାଉଛି । ଏହି ସବୁ କାର୍ଯ୍ୟରେ ରାଜ୍ୟ ବାହାରୁ ଶ୍ରମିକ ଆଣିବା ବନ୍ଦ କରି ସ୍ଥାନୀ ଠିକାସଂସ୍ଥା ଏବଂ ସ୍ଥାନୀୟ ଅଞ୍ଚଳର ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦେବାକୁ ରାଉରକେଲା ଶ୍ରମିକ ସଂଘ ଦୃଢ଼ ଦାବି
କରୁଛି
ଏହି ଦୁଇବର୍ଷ ମଧ୍ୟରେ ରାଉରକେଲା ଶ୍ରମିକ ସଂଘ ଶ୍ରମିକମାନଙ୍କ ସ୍ବାର୍ଥରକ୍ଷା ଓ ଦାବି ହାସଲ ପାଇଁ ଯେଉଁସବୁ କ କରିଛି, ସେଗୁଡ଼ିକ ମଧ୍ୟରୁ କେତୋଟି ଗୁରୁତ୍ୱପୂର୍ଣ୍ଣ ସଫଳତା ନିମ୍ନରେ ଉଲ୍ଲେଖ କରାଯାଉଛି।
Raurkela M, Sundargarh | Nov 23, 2026