ତଲସରା: ବଡ଼ଗାଁ କେନ୍ଦୁପତ୍ର ବନାଞ୍ଚଳ ର ଶ୍ରମିକ ଓ କର୍ମଚାରୀ ଙ୍କର ୧୭ ଦଫା ଦାବି କୁ ନେଇ ଧାରଣା
.ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ କେନ୍ଦୁପତ୍ର ବନାଞ୍ଚଳ ଅଧୀନ ବିଭିନ୍ନ ଗ୍ରାମର ବନ୍ଧେଇ ଶ୍ରମିକ, ଚେକର ଓ କର୍ମଚାରୀ ମାନେ ବଡ଼ଗାଁ କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। 17 ଦଫା ଦାବି କୁ ନେଇ ଏହି ଧାରଣା ଦିଆଯାଇଛି। ରେଞ୍ଜ ଅଧିକାରୀ ଅମିତ୍ କୁମାର୍ ମହାନ୍ତି ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଆଜି ଦାବିପତ୍ର ପ୍ରଦାନ କରାଯାଇଛି।