କୋରାପୁଟ ସହର: ଜମି ବିବାଦକୁ ନେଇ କାଉନସିଲରଙ୍କ ସ୍ବାମୀ ଓ ପୁଅକୁ ମରଣାନ୍ତକ ଆକ୍ରମଣ କୋରାପୁଟ ମେଡିକାଲରେ ଭର୍ତ୍ତି ପୁଅ ବିଶାଖାପାଟଣା ସ୍ଥାନାନ୍ତର
ଜମିଜମା ବିବାଦକୁ ନେଇ କୋରାପୁଟ ପୌର ପରିଷଦ ୧୦ ନଂ ୱାର୍ଡ କାଉନସିଲର କମଳା ନାୟକଙ୍କ ସ୍ବାମୀ ଧନୁର୍ଜୟ ନାୟକ ଓ ପୁଅ ଶିବା ନାୟକକୁ ୫ ଜଣ ଦୁବୃର୍ତ୍ତ ଖଣ୍ଡାରେ ହାଣି ମରଣାନ୍ତକ ଆକ୍ରମଣ କରିଛନ୍ତି। ବାପା ପୁଅ ଗୁରୁବାର ଦିନ ବୋରିଗୁମ୍ମା ବ୍ଲକ ବିଶିଂପୁର ଥାନା ଗୁଜୁନିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପାଙ୍ଗିଗୁଡ଼ା ଗ୍ରାମକୁ ଯାଇଥିଲେ। ଜମି ବିବାଦକୁ ନେଇ ସେଠାରେ କଥା କଟାକଟି ହେବାରୁ ୫ ଜଣ ଧନୁର୍ଜୟ ଓ ଶିବାକୁ ଖଣ୍ଡାରେ ଆକ୍ରମଣ କରିଥିବା ଜଣା ପଡ଼ିଛି।