ଆମ ଭିଟାମାଟି ଛାଡ଼ି କୁଆଡେ ଯିବୁ ସରକାର।
ଉପର କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପ, ଓ.ଏଚ.ପି ସି, ବାରିଣୀପୁଟର ସମ୍ପତି ଅନଧିକୃତଭାବେ ଦଖଲ କରି ରଖିଥିବାକୁ ନୋଟିସ। ନୋଟିସ ପାଇବାର ୧୫ ଦିନ ମଧ୍ୟରେ ସରକାରୀ ସମ୍ପତିକୁ ତୁରନ୍ତ ଖାଲିକରି ଜଳ ବିଦ୍ୟୁତ ପ୍ରକଳ୍ପର କାର୍ଯ୍ୟାଳୟକୁ ଅବଗତ କରାଇବା ପାଇଁ ସୂଚନା ଜାରି କରାଯାଇଛି। ଯଦି ଏହି ସମ୍ପତିକୁ ଖାଲି କରାନଗଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଜାରି ରହିଛି। ଏହାକୁ ବିରୋଧ କରି ଦୀର୍ଘ ୮୦ ବର୍ଷ କାଳ ସେଠାରେ ବସବାସ କରୁଥିବା ଲୋକେ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ପ୍ରଥମେ ସରକାର ଥଇଥାନ ପାଇଁ ଚିନ୍ତା କରି ଆଲୋଚନା କରନ୍ତୁ ତାପରେ ଜାଗା ଛାଡ଼ିବା କଥା କୁହନ୍ତୁ ବୋଲି ସେମାନେ ନିଜ ଜିଦ୍ ରେ ଅଟଳ ରହିଛନ୍ତି।