ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ବିଶ୍ୱପ୍ରସିଦ୍ଧ ମହିମାଗାଦି ଠାରେ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ପାଳିତ
ଢେଙ୍କାନାଳ ଜିଲ୍ଲା ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ଆଜି ତା ୪।୧୧।୨୫ ରିଖ ୫ ଘଣ୍ଟା ସମୟରେ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ନୀତି ଆରମ୍ଭ ହୋଇଥିଲା । ସନ୍ଧ୍ୟା ୫ଘଣ୍ଟା ୩୦ମିନିଟ୍ ସମୟରେ ଗାଦି ମନ୍ଦିରରେ ଝାଡ ଦ୍ବୀପରେ ଅଗ୍ନିସ°ଯୋଗ ହୋଇଥିଲା। ବର୍ଷର ୪ଟି ମୂଖ୍ୟ ଚତୁର୍ଦ୍ଦଶୀ ମଧ୍ୟରେ କାର୍ତ୍ତିକ ଚତୁର୍ଦ୍ଦଶୀ ଅନ୍ୟତମ। ଆଜି ପ୍ରାତଃ ସମୟରୁ ଗାଦି ମନ୍ଦିର,ଅଖଣ୍ଡ ଜ୍ୟୋତି ମନ୍ଦିର ସମେତ ସମସ୍ତ ଉପାସନା ପୀଠରେ ମହିମା ସ୍ୱ।ମୀଙ୍କର ସମସ୍ତ ନୀତି ସମ୍ପର୍ଣ୍ଣ କରାଯାଇ ସନ୍ଧ୍ୟାରେ ଝାଡବତୀ ପ୍ରଜ୍ଜ୍ଵଳିତ ହୋଇ ବିଶ୍ୱର ମଙ୍ଗଳ କାମନା କରାଯାଇଥିଲା।