କେନ୍ଦୁଝର ସଦର: ଘଟଗାଁ ମା’ ତାରିଣୀଙ୍କ ମୁଖ୍ୟ ପୂଜକ ମୋହନ ଚରଣ ଦେହୁରୀଙ୍କ ପରଲୋକ
ଘଟଗାଁ ମା’ ତାରିଣୀଙ୍କ ମୁଖ୍ୟ ପୂଜକ ମୋହନ ଚରଣ ଦେହୁରୀଙ୍କ ୮୨ ବର୍ଷ ବୟସରେ ପରଲୋକ ଘଟିଛି। ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଘଟଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।