ମହୁଲପାଲି: କେଶାଇବାହାଲ ବିଜିଡି କଲେଜ ରେ ବିଶ୍ବ ପ୍ରାଥମିକ ଚକିତ୍ସା ଦିବସ ଅନୁଷ୍ଠିତ
ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ବାସୁଦେବ ଗୋଦାବରୀ ଡ଼ିଗ୍ରୀ କଲେଜ ରେ ବିଶ୍ବ ପ୍ରାଥମିକ ଚକିତ୍ସା ଦିବସ ପାଳିତ ହୋଇଯାଇଛି। ଶନିବାର ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଦୟାସାଗର ପ୍ରଧାନ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ବିଷୟ ରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରାଣୀବିଜ୍ଞାନ ଅଧ୍ୟାପକ ବିନୋଦ ବିହାରୀ ପୃଷେଠ ପ୍ରାଥମିକ ଚିକିତ୍ସା ବିଷୟରେ ତିନିଟି ମୁଖ୍ୟ କାର୍ଯ୍ୟକଳାପ, ଯଥା ପ୍ରାଥମିକ ଉପଶମ, ଶାରିରିକ ଆଘାତ ଓ ଜୀବନ ବଞ୍ଚାଇବା ବିଷୟ ଉପରେ ଆଲୋକପାତ କରିଥିଲେ।