ସମ୍ବଲପୁର ମ୍ୟୁନିସିପାଲଟି: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର ନେଇ ମହାନଗର ନିଗମ ଅଫିସରେ ସ୍ଥିତି ପରଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର, ଏଥିପାଇଁ ଆଜି ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବମମନ୍ତ୍ରୀ ସୁରେଶ ପୂଜାରୀ l ସମ୍ବଲପୁରରେ ହେବ ପଶ୍ଚିମ ଓଡିଶାବାସୀ ଙ୍କ ପାଇଁ ଜନ ଅଭିଯୋଗ ଶୁଣାଣି ଶିବିର। ତେବେ ଏହି ଜନ ଅଭିଯୋଗ ଶୁଣାଣି ଶିବିରଟି ସମ୍ବଲପୁର ଦୁର୍ଗାପାଲିଠାରେ ଥିବା ସମ୍ବଲପୁର ମହାନଗର ନିଗମ କାର୍ଯ୍ଯାଳୟରେ ହେବାକୁ ଥିବାବେଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନ 11 ଟା ରେ ପହଞ୍ଚି ଅଭିଯୋଗ ଶୁଣାଣିସ୍ଥଳ କୁ ଯାଇ ସ୍ଥିତି ପରଖିଛନ୍ତି