SMS News Bureau Rourkela
ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ର ୩ୟ ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ।
ଆଇନଜୀବୀଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ରାଜ୍ୟ ସରକାର ପ୍ରଦାନ ପାଇଁ ୟୁନିୟନର ଜୋରଦାର ଦାବି ଓ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଗ୍ରହଣ
ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ( ଏ ଆଇ ଏଲ୍ ୟୁ) ସୁନ୍ଦରଗଡ଼ ଜିଲ୍ଲା କମିଟି ର ୩ୟ ସାଂଗଠନିକ ସମ୍ମିଳନୀ ରାଉରକେଲା ଉଦିତ ନଗର ସ୍ଥିତ ଆଇ ଟି ଡି ଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ୟୁନିୟନର ଜିଲ୍ଲା ସଭାପତି ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବାର୍ ରୁ ପ୍ରାୟ ଏକ ଶହ ଆଇନଜୀବୀ, ଆଇନ୍ ଛାତ୍ରଛାତ୍ରୀ ପ୍ରତିନିଧି ଭାବରେ ଯୋଗ ଦେଇଥିଲେ।
ଏହି ସମ୍ମିଳନୀରେ ୟୁନିୟନର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀ ଯୋଗଦେଇ ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ କହିଥିଲେ ଯେ ରାଜ୍ୟରେ ଆଇନ୍ ର ସେବା ଯୋଗାଇ ଦେବାରେ,ଜନ ସାଧାରଣଙ୍କ ସାମ୍ବିଧାନିକ ଅଧିକାର ର ସୁରକ୍ଷା ଦିଗରେ,ଆଇନ୍ ବ୍ୟବସ୍ଥା କୁ ଲୋକଙ୍କ ନିକଟତର କରିବା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ କୁ ସମାଜରେ ଦୃଢ଼ୀଭୂତ କରିବା ଦିଗରେ ଆଇନଜୀବୀ ମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା ବେଳେ ରାଜ୍ୟ ସରକାର ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଘୋର ଅବହେଳା ପ୍ରଦର୍ଶନ କରୁଥିବାରୁ ୟୁନିୟନ ପକ୍ଷରୁ ଅସନ୍ତୋଷ ପ୍ରକାଶ କ୍ଷୋଭ ପ୍ରକାଶ କରିବା ସହିତ ସରକାର ତୁରନ୍ତ ଆଇନଜୀବୀ ସମେତ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେବା,୬୦ ବର୍ଷ ପରେ ବରିଷ୍ଠ ଆଇନଜୀବୀ ମାନଙ୍କୁ ମାସିକ ୨୦ ହଜାର ଟଙ୍କା ପେନସନ ପ୍ରଦାନ, ବିଭିନ୍ନ ରାଜ୍ୟ ସରକାର ମାନେ ଯୁବ ଆଇନଜୀବୀ ମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାର ମାସିକ ସର୍ବନିମ୍ନ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୁବ ଆଇନଜୀବୀ ମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦେବା, ପ୍ରତ୍ୟେକ ଆଇନଜୀବୀ ମାନଙ୍କୁ ମୃତ୍ୟୁ କାଳୀନ କ୍ଷତିପୂରଣ ୩୦ ଲକ୍ଷ ଟଙ୍କା ପ୍ରଦାନ କରିବା, ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ରାଜ୍ୟ ସରକାର ମ୍ୟାଚିଙ୍ଗ ଗ୍ରାଣ୍ଟ ରାଶି ବୃଦ୍ଧି କରିବା ସହିତ ଅବସର କାଳୀନ ପ୍ରାପ୍ୟ ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ପ୍ରଦାନ ସମେତ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୟନ କରିବା ଦିଗରେ ତଡିତ ପଦକ୍ଷେପ ନେବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ସଂଗଠନ ରେ ବ୍ୟାପକ ସଭ୍ୟ ସଂଗ୍ରହ ଚଳାଇବା ସହିତ ଆଗାମୀ ଡିସେମ୍ବର ମାସରେ ୟୁନିୟନର ରାଜ୍ୟ ସମ୍ମିଳନୀ ପୁରୀ ସହରରେ ଅନୁଷ୍ଠିତ ହେବାକୁ ଥିବାବେଳେ ସର୍ବଭାରତୀୟ ସମ୍ମିଳନୀ ଆନ୍ଧ୍ର ପ୍ରଦେଶର ବିଜୟୟାଡା ଠାରେ ଜାନୁଆରୀ ମାସରେ ଅନୁଷ୍ଠିତ ହେବ ଓ ବିଶେଷ କରି ଓଡିଶା ସରକାର ଆଇନଜୀବୀ ମାନଙ୍କୁ ତୁରନ୍ତ ମଧୁବାବୁ ସ୍ଵାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରି ସର୍ବନିମ୍ନ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇଦେବା ପାଇଁ ଆଗାମୀ ଦିନରେ ଜୋରଦାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପଙ୍ଗାରୀ କହିଥିଲେ।
ଶେଷରେ ଆଗାମୀ ୨ ବର୍ଷ ପାଇଁ ଏକ ୨୧ ଜଣିଆ କର୍ମକର୍ତ୍ତା କମିଟି ଓ ୨୫ ଜଣିଆ କାର୍ଯ୍ୟକାରୀ କମିଟି ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ।ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ, ସୁନ୍ଦରଗଡ଼ ଜିଲ୍ଲା କମିଟି ର ସଭାପତି ଭାବରେ ୩ୟ ଥର ପାଇଁ ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ ସଭାପତି ଭାବରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଅରିନ୍ଦମ ଦତ୍ତ,ସଂପାଦକ ରାଜ କିଶୋର ପ୍ରଧାନ,ଉପ ସଭାପତି ଏମ୍ ମାଲେଶ୍ଵରମ,ୟାଇ ନବୀ ଚନ୍ଦ୍ରଭାନୁ ଦାସ, ସୁଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ବାଳ, ଯୁଗ୍ମ ସଂପାଦକ ଶ୍ରୀକାନ୍ତ ସାହୁ, ସୈ।ମ୍ୟରଞନ ବିଶ୍ଵାଳ,ନିହାର ରଞ୍ଜନ ସିଂହ,ରେଖା ଗୁପ୍ତା,ପ୍ରମୋଦ କୁମାର ବାରିକ୍,ଗୁରୁ ଚରଣ ଖୁଣ୍ଟିଆ, କିରଣ ପ୍ରଜାପତି, ଅନ୍ନପୂର୍ଣ୍ଣା କୁମ୍ଭାର, ସୁଶିଲ କୁମାର ପ୍ରଧାନ, ଭାସ୍କର ବେହେରା,ଆଶିଷ ରାଉତରାୟ, ପ୍ରସନ୍ନ କୁମାର ଆଚାର୍ଯ୍ୟ,ସହ ସଂପାଦକ ରବି ଜୟସ୍ବାଲ, ନାଗେଶ୍ଵର ଜଗଦଳା, ସଂଜୟ ବେହୁରା, ଗଙ୍ଗାଧର କିଶାନ, ପ୍ରିୟଙ୍କା ମହତୋ,ରବି ନାରାୟଣ ସି,ଅରୁପ ଅଭିଷେକ ଦାଶ,ମୁକ୍ତା ଦାଶ,ଏଞେଲ ମହାନ୍ତି,ଝିନୁ ପ୍ରଧାନ କାର୍ଯ୍ୟକାରୀ କମିଟି ସଦସ୍ୟ ଧିରେନ୍ଦ୍ର ପ୍ରସାଦ ଦାସ,ମାନୁଏଲ ଡେଭିଡ ଲୁଗୁନ,କିରସନ କେରାଇ,ରୁପେଶ ଲାଲ୍ ସଂଜୟ ବେହୁରା, ଜଗନ୍ନାଥ ଘାସି,ସନ୍ତୋଷ ଲେହେରୀ ସମେତ ଅନ୍ୟମାନେ ନିର୍ବାଚିତ ହୋଇଛନ୍ତି।