ସାର୍ବଜନୀନ ରାହାସ ଉତ୍ସବ ଅନୁଷ୍ଠିତ
ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତ ଅନ୍ତର୍ଗତ ବିଶ୍ବନାଥପୁର ଏବଂ ବଳରାମପୁର ରାହାସ ମଣ୍ତପ ରେ ସାର୍ବଜନୀନ ରାହାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଅଞ୍ଚଳବାସୀ ଙ୍କ ମିଳିତ ସହଯୋଗ ରେ 1980 ମସିହା ରୁ ଏହି ରାହାସ ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ତିନି ଦିନ ବ୍ଯାପୀ ଷୋହଳ ପ୍ରହର ଅଖଣ୍ଡ ନାମ ସଙ୍କୀର୍ତନ ଅନୁଷ୍ଠିତ ହେବା ସହ ପ୍ରତ୍ଯେକ ସଂଧ୍ଯା ରେ ସଙ୍କୀର୍ତନ ମଣ୍ତଳୀ ଙ୍କ ଦ୍ବାରା ମେଳି କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ, ଆସନ୍ତା ମଙ୍ଗଳବାର ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଂଇ କମିଟି ପକ୍ଷରୁ ପ୍ରସାଦ ସେବନ ର ବ୍ଯବସ୍ଥା କରା ଯାଇଛି, ରାହାସ କମିଟି ର ସଭାପତି ନିତ୍ଯାନନ୍ଦ ପାଣିଗ୍ରାହୀ ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନ ରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ଗିରିଜା ଶଙ୍କର ସାହୁ, ବଳରାମପୁର ପଞ୍ଚାୟତ ର ସରପଞ୍ଚ ଅରୁଣ କୁମାର ପାଣିଗ୍ରାହୀ, ଉପଦେଷ୍ଟା ଅଶ୍ବିନୀ କୁମାର ଜେନା, ରାମଚନ୍ଦ୍ର ମାଝୀ, କାଳି ଚରଣ ଦାସ ଙ୍କ ସମେତ ରାହାସ କମିଟି ର ସମସ୍ତ ସଦସ୍ଯ କାର୍ଯ୍ଯକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ
Surajtv #rahaspurnima #biswanathapur #balaramapur #baliapal #block #balasore