#ବିଶାଖାପାଟଣାରେ_ସୁନା_ଚାଲାଣ_ଧରିଲା_ଡିଆରଆଇ
ବିଶାଖାପାଟଣାରେ ଡିଆରଆଇର ଚଢ଼ଉ: ୮ କୋଟି ୯୮ ଲକ୍ଷ ଟଙ୍କାର ସୁନା ଜବତ, ୨ ଗିରଫ
ଗାଡ଼ିର ଗୁପ୍ତ ଚାମ୍ବରରୁ ମିଳିଲା ପ୍ରାୟ ୫.୮୩ କିଲୋ ସୁନା; ଦୁଇ ଜଣ ଗିରଫ
#GoldSmuggling #DRI #GoldSeizure #Visakhapatnam #AndhraPradesh #CrimeNews #AdarshNewsLive
ସୁନା ଚାଲାଣ ଉପରେ ଡିଆରଆଇର ବଡ଼ କାର୍ଯ୍ୟାନୁଷ୍ଠାନ। ବିଶାଖାପାଟଣାରେ ପ୍ରାୟ ୮ କୋଟି ୯୮ ଲକ୍ଷ ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରାଯାଇଛି।
ସୂଚନା ଅନୁସାରେ, କୋଲକାତାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ଗାଡ଼ିରେ ସୁନା ଚାଲାଣ ହେଉଥିଲା। ଜାତୀୟ ରାଜପଥରେ ପାଟ୍ରୋଲିଂ ସମୟରେ ଡିଆରଆଇ ଅଧିକାରୀମାନେ ଗାଡ଼ିଟିକୁ ଯାଞ୍ଚ କରିଥିଲେ।
ଯାଞ୍ଚ ବେଳେ ଗାଡ଼ିର ଗୁପ୍ତ ଚାମ୍ବରରେ ତିନୋଟି ପ୍ୟାକେଟ୍ରେ ଲୁଚାଇ ରଖାଯାଇଥିବା ସୁନା ବିସ୍କୁଟ ମିଳିଥିଲା। ଜବତ ସୁନାର ମୋଟ ଓଜନ ୫୮୩୨.୯୦ ଗ୍ରାମ, ଅର୍ଥାତ୍ ପ୍ରାୟ ୫ କିଲୋ ୮୩୩ ଗ୍ରାମ ବୋଲି ଜଣାପଡ଼ିଛି।