କୁଚିଣ୍ଡା ସାତକମା ରାସ୍ତାରେ ପ୍ରକୃତି ବନ୍ଧୁ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଚୌଧୁରୀଙ୍କ ନେତୃତ୍ୱରେ ଆଜି ପ୍ରାୟ ପଚାଶଟି ଚାରା ରୋପଣ କରାଯାଇଛି ।ବର ,ଅଶ୍ୱସ୍ଥ,କୁସୁମ, ଜାମୁ ଆଦି ପାରମ୍ପରିକ ଚାରା ରୋପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ପାରୁଆଭାଡି ହାଇ ସ୍କୁଲର ଶିକ୍ଷୟିତ୍ରୀ ନନ୍ଦିନୀ ନାଏକ,ଶିଶିର କୁମାର ଚୌଧୁରୀ, ମିଲି ନାୟକ ,ସତ୍ୟମ୍ ନାୟକ ଓ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।ପ୍ରକାଶ ଥାଉ କି ଏହି ସବୁ ପାରମ୍ପରିକ ଚାରା ଗୁଡ଼ିକ ଗ୍ରାମବାସୀ ଶ୍ରୀ ଚୌଧୃରୀ ଯୋଗାଇ ଦେଇଥିଲେ । #kuchindatvlive #kuchindatv #kuchindanews #sambalpur #kuchinda #environment #plantation
Kochinda, Sambalpur | Jul 12, 2026