👉 ସମାଜସେବା ପାଇଁ ‘Sahayog Padampur’କୁ ସମ୍ମାନ
ସ୍ୱାଧୀନତା ଦିବସ ପାଳନ ଅବସରରେ ପଦ୍ମପୁର ଉପଖଣ୍ଡସ୍ତରୀୟ ପରେଡ୍ କାର୍ଯ୍ୟକ୍ରମ ରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହେଲେ Sahayog ଅନୁଷ୍ଠାନ ।
ଏହି ଅବସରରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନା କୁଲ୍ଲୁ ଏବଂ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ହେମସାଗର ଭୋଇ ‘Sahayog Padampur’କୁ ସ୍ୱର୍ଗତ ମହେନ୍ଦ୍ର ଷଡ଼ଙ୍ଗୀ ମେମୋରିଆଲ ରନିଙ୍ଗ ସିଲ୍ଡ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।
ସ୍ୱାଧୀନତା ଦିବସ ପରି ଏକ ଗରିମାମୟ ମଞ୍ଚରେ ଏହି ସମ୍ମାନ ମିଳିବା ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ପାଇଁ ଗୌରବର ବିଷୟ ହୋଇଛି। ଏହି ସମ୍ମାନ ଆଗାମୀ ଦିନରେ ଅନୁଷ୍ଠାନକୁ ଆହୁରି ଉତ୍ସାହିତ କରିବା ସହ ଅଧିକରୁ ଅଧିକ ସମାଜସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ଜାରି ରଖିବାକୁ ପ୍ରେରଣା ଯୋଗାଇବ ବୋଲି ‘Sahayog Padampur’ ପକ୍ଷରୁ କୁହାଯାଇଛି।