
SMS News Bureau Rourkela
*ରାଉରକେଲା ସାହିତ୍ଯ ସଂସଦର ଶିଶୁ ମହୋତ୍ସବ ଓ ସାରସ୍ବତ ସମାରୋହ*
ରାଉରକେଲା; ଇସ୍ପାତ ସହରର ଅଗ୍ରଣୀ ସାହିତ୍ଯ ସାଂସ୍କ୍ରୁତିକ ଅନୁଷ୍ଠାନ ରାଉରକେଲା ସାହିତ୍ଯ ସଂସଦ ତାର ତ୍ରୈମାସିକ ଶିଶୁ ମହୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ କଲ୍ଯାଣୀ ଦେବୀ ଉଚ୍ଚ ବିଦ୍ଯାଳୟରେ ଅନୁଷ୍ଠିତ ହୋଇ ଯାଇଛି | ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନମିତା ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ପ୍ରାକ୍ତନ ଅଧ୍ଯକ୍ଷ ରଜନୀକାନ୍ତ ମିଶ୍ର କହିଲେ କିଶୋର କିଶୋରୀମାନେ ଏବେଠୁ ଆଧ୍ଯାତ୍ମିକବାଦ ହୋଇ ପ୍ରଥମେ ନିଜ ଘରୁ ପିତାମାତାଙ୍କୁ ଚଳନ୍ତି ଈଶ୍ବର ମନେ କରି ପୂଜା କରିବା ଉଚିତ୍,ଏହା ଦ୍ବାରା ନିଜ ମନ ଓ କର୍ମର ପବିତ୍ରତା ବଜାୟ ରହିବ,ମୁଖ୍ଯବକ୍ତା ଭାବେ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ମିଶ୍ର ତାଙ୍କ ବକ୍ତବ୍ଯରେ କହିଲେ ପ୍ରଥମେ ନିଜ ଘରେ ପିତାମାତା ଯଦି ପିଲାମାନଙ୍କୁ ନୈତିକ ଶିକ୍ଷା ଦିଅନ୍ତି ତବେ ଏହା ସମୟ କ୍ରମେ ପିଲାମାନଙ୍କ ମଧ୍ଯରେ ବୌଧିକ ଓ ଆଧ୍ଯାତ୍ମିକ ବିକାଶରେ ସହାୟକ ହେବା ସହିତ ସମାଜ ମଙ୍ଗଳରେ ଆସନ୍ତା,ଅନ୍ଯତମ ଅତିଥି ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିମ୍ବାଧର ପାଢୀ କହିଲେ ପୁରାଣ ଯୁଗରୁ ଆରମ୍ଭ ହୋଇଥିବା ଗୁରୁକୁଳ ଶିକ୍ଷା ଠାରୁ ଆରମ୍ଭ କରି ବର୍ତ୍ତମାନର ଶିକ୍ଷା ପଦ୍ଧତିର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ,ସଂସଦର ସଭାପତି ଅନିଲ କୁମାର ଦାଶ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇ କହିଲେ ରାଉରକେଲା ସାହିତ୍ଯ ସଂସଦ ହିନ୍ଦୀ ମାଧ୍ଯମ ଉଚ୍ଚ ବିଦ୍ଯାଳୟ ଏଭଳି କାର୍ଯକ୍ରମ କରି ଅନ୍ଯମାନଙ୍କ ପାଇଁ ଉଦାହରଣ ସ୍ରୁଷ୍ଟି କରିଛି,ସଂସଦର ସାଧାରଣ ସଂପାଦକ ବିଜୟ କୁମାର ସାହୁ ସଂପାଦକୀୟ ପାଠ କରିବା ସହ ସଂସଦର ଆଭିମୁଖ୍ଯ ଓ ଆଗାମୀ କାର୍ଯ୍ଯକ୍ରମର ରୁପରେଖ ବିଷୟରେ କହିଥିଲେ, ସଂସଦର ରାଜ୍ଯ ସଂଯୋଜକ ନିରଂଜନ କରଣ ମଞ୍ଚ ପରିଚାଳନା ସହ ଧନ୍ଯବାଦ ଅର୍ପଣ କରିଥିଲେ,ଏହି ଅବସରରେ କୋଡିଏ ଜଣ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା |||