ସଗଡ଼ା ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀଙ୍କ ଯୋଗଦାନ
ମନମୁଣ୍ଡା ଥାନା ଅନ୍ତର୍ଗତ ସଗଡ଼ା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବରେ ଯଶୋବନ୍ତ କଁହର କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବତନ ଫାଣ୍ଡି ଅଧିକାରୀ ନୃସିଂହ ଚରଣ ମହାପାତ୍ରଙ୍କ ବୌଦ୍ଧକୁ ବଦଳି ହେବା ପରେ ଶ୍ରୀ କଁହର ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।
ଦାୟିତ୍ୱ ଗ୍ରହଣ କରିବା ପରେ, ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଓ ଗଞ୍ଜେଇ ଚୋରାଚାଲାଣ ରୋକିବା ଉପରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହିତ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି