ବୌଦ୍ଧରେ ୬୭ତମ ଓଡ଼ିଶା ପୋଲିସ ସହିଦ ସ୍ମୃତି ସମାରୋହ
ଆଜି ବୌଦ୍ଧ IRB ପଡ଼ିଆ ପରିସରରେ ୬୭ତମ ଓଡ଼ିଶା ପୋଲିସ ସହିଦ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପତାକା ଉତ୍ତୋଳନ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା,ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଅବକାରୀ ଅଧ୍ୟକ୍ଷକ ଶାନ୍ତି ମାରାଣ୍ଡି ଓ ସମସ୍ତ ପୋଲିସ ଅଧିକାରୀ।
ଏହି କାର୍ଯ୍ୟକ୍ରମରେ କର୍ତ୍ତବ୍ୟରତ ଅବସ୍ଥାରେ ସହିଦ ହୋଇଥିବା ପୋଲିସ କର୍ମଚାରୀ ସ୍ୱର୍ଗତ ବିଭୁଦେନ୍ଦୁ ବିଶ୍ୱାଳ ଓ ମାର୍ଶାଲଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
#BoudhNews #OdishaPolice #PoliceCommemorationDay #Boudh #Odisha