ନର୍ଲା: ଭବାନୀପାଟଣା-ନୁଆପଡ଼ା ତୁର୍କେଲ ପୋଲ ମରାମତି ଆରମ୍ଭ: ସାଂସଦ ମାଳବିକା ଦେବୀ କଲେ ଶୁଭାରମ୍ଭ
ଭବାନୀପାଟଣା-ନୁଆପଡ଼ା ରାସ୍ତାର ତେଲ ନଦୀ ତୁର୍କେଲ ପୋଲ ମରାମତି କାମ ଆରମ୍ଭ ହୋଇଛି। ସାଂସଦ ମାଳବିକା ଦେବୀ ପୂଜା କରି ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ପୋଲର ଶୋଚନୀୟ ଅବସ୍ଥା ପାଇଁ ଗତ ଏକ ବର୍ଷ ହେଲା ଏଠାରେ ଯାନବାହାନ ଚଳାଚଳ ବନ୍ଦ ଥିଲା।