ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଲୁସଙ୍ଗ ଜଙ୍ଗଲରେ ବେଆନ ଭାବରେ ମହୁଲି ମଦ ରନ୍ଧା ଯାଉଥିବା ନେଇ l ଆଜି ସକାଳ ପାଖାପାଖି ୧୦ଟା ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଇନସ୍ପେକଟର ସୁଧୀର କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ଜଙ୍ଗଲରେ ଚଢ଼ାଉ କରି, ୩୦ଲିଟର ରନ୍ଧା ମହୁଲି ମଦ ସହିତ ୩୫୦କେଜି ମହୁଲ ପୋଚ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି l ଏନେଇ ୨୧୨/୨୫-୨୬ରେ ମାମଲା ରୁଜୁ କରା ଯାଇଛି