ଦେବଗଡ: ପୁରୁଣାଗଡ ନାଗେଶ୍ୱର ବାବା ମନ୍ଦିର ପ୍ରାଙ୍ଗଣରେ ବିଜେପି ନଗର ମଣ୍ଡଳ ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ
ଦେବଗଡ ପୌରାଂଚଳ ପୁରୁଣାଗଡ ନାଗେଶ୍ୱର ବାବା ମନ୍ଦିର ପ୍ରାଙ୍ଗଣରେ ଆଜି ସକାଳ ପ୍ରାୟ ୯ ଟାରେ ବିଜେପି ନଗର ମଣ୍ଡଳ ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଗର ମଣ୍ଡଳ ସଭାପତି ରାଜେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେବଗଡ ପୌର ପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ବୃକ୍ଷରୋପଣ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ମନ୍ଦିର ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା।