ଦେବଗଡ: ପୁରୁଣାଗଡ ସ୍ଥିତ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ଓ ଚତୁର୍ଦ୍ଧାବିଗ୍ରହଙ୍କ ଗଜାନନ ବେଶ
ଦେବଗଡ ପୌରାଂଚଳ ପୁରୁଣାଗଡ ସ୍ଥିତ ଜଗନ୍ନାଥ ମନ୍ଦିରରେ ବୁଧବାର ଦେବସ୍ନାନ ପୂର୍ଣ୍ଣୀମା ଅବସରରେ ନିର୍ଦ୍ଧାରିତ ଲଗ୍ନ ଏବଂ ରୀତିନୀତି ଅନୁଯାୟୀ ଶ୍ରୀଜିଉଙ୍କ ସ୍ନାନଯାତ୍ରା ତଥା ମହା ଦିବ୍ୟ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ନାନ ମଣ୍ଡପରେ ଶତାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । ନୀତିକାନ୍ତି ଅନୁଯାୟୀ ମହାପ୍ରଭୂଙ୍କର ମଙ୍ଗଳାର୍ପଣ ନୀତି କରାଯାଇ ଧାଡି ପହଣ୍ଡିରେ ବିଗ୍ରହଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା ।