ଦେବଗଡ: ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଗ୍ରୀଷ୍ମକାଳୀନ କବାଡି ପ୍ରଶିକ୍ଷଣ ଶିବିର ଉଦଯାପିତ
ଦେବଗଡ ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଇନ୍ଦିରା ଗାନ୍ଧି ଷ୍ଟାଡିୟମ ଠାରେ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ କବାଡି ପ୍ରଶିକ୍ଷଣ ଶିବିର ଆଜି ସନ୍ଧ୍ୟା ପ୍ରାୟ ୬.୩୦ରେ ଉଦଯାପିତ ହୋଇଯାଇଛି । ଦୀର୍ଘ ୧୨ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବରେ ଆଜି ମୂଖ୍ୟ ଅତିଥି ଭାବେ ଦେବଗଡ ପୌର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ମହନ୍ତ ଯୋଗଦେଇ ଅୟୋଜକ ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।