ଦେବଗଡ: ସୁବର୍ଣ୍ଣପାଲି ଗ୍ରାମର ଜନୈକ ଯୁବକ ଗାଡି କିଣିବାକୁ ଯାଇ ୨ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ
ଦେବଗଡ ଥାନା ଅନ୍ତର୍ଗତ ସୁବର୍ଣ୍ଣପାଲି ଗ୍ରାମର ଜନୈକ ଯୁବକ ଗାଡି କିଣିବାକୁ ଯାଇ ୨ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଦେବଗଡ ଥାନାରେ ବୁଧବାର ଏନେଇ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଦେବଗଡ ଥାନାରୁ ବୁଧବାର ରାତି ୧୦ ଟାରେ ଏନେଇ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ଗତ କିଛି ଦିନ ପୂର୍ବରୁ ଏକ ପିକ ଅପ ଭ୍ୟାନ ବିକ୍ରି ଥିବା ନେଇ ଫେସବୁକରେ ଛଡା ଯାଇଥିଲା । ସୁବର୍ଣ୍ଣପାଲି ଗ୍ରାମର ଗିରିଧାରି ସ୍ୱାଇଁଙ୍କ ପୁଅ ସନ୍ତୋଷ କୁମାର ସ୍ୱାଇଁ ଏହା ଦେଖିବା ପରେ ଫେସବୁକ ଜରିଆରେ ଫୋନ ନମ୍ବର ମାଗି କଥା ବାର୍ତା ହୋଇଥିଲେ ।