ଦେବଗଡ: ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବଜ୍ରପାତ ଓ ଝଡ଼ ବର୍ଷା ସମ୍ଭାବନା, ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଦେବଗଡ ଜିଲ୍ଲାରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବଜ୍ରପାତ ଓ ଝଡ ବର୍ଷା ସମ୍ଭାବନା ରହିଥିବା ବେଳେ ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ବଜ୍ରପାତ ଓ ଝଡ ବର୍ଷା ପାଇଁ ଆଜି ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦେବଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜଣାପଡିଛି । ଆଜି ଦିନ ପ୍ରାୟ ୩ ଟାରେ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଠାରୁ ପାଣିପାଗ ସମ୍ବନ୍ଧିତ ଅପଡେଟ ସୂଚନା ହସ୍ତଗତ ହୋଇଛି ।