ବରଗଡ: ରାଜ ଦରବାର ନିର୍ମାଣ ଓ ଡିଜାଇନକୁ ନେଇ ରାଜ ଦରବାର ଠାରେ ପ୍ରତିକ୍ରିୟା ରଖିଲେ କମିଟି ସଦସ୍ୟ
ଜୈସଲମେର ଦୁର୍ଗ ଡିଜାଇନରେ ତିଆରି ହେଉଛି ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ରାଜ ମହଲ | କଲିକତାରୁ ୨୧ ଜଣ କାରିଗରଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ରାଜ ଦରବାର କମିଟି ପକ୍ଷରୁ ଜଣାଯାଇଛି | ମଙ୍ଗଳବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ରାଜ ଦରବାର ଠାରେ ପ୍ରତିକ୍ରିୟା ରଖିଲେ କମିଟି ସଦସ୍ୟ | ଦିଲ୍ଲୀର ଚାରମୀନାର ଓ ଲାଲ କୀଲ୍ଲାର ମିକ୍ସ ଡିଜାଇନରେ ନିର୍ମାଣ ହେଉଛି ମୁଖ୍ୟ ଗେଟ ବୋଲି ଜଣାଯାଇଛି | ଚଳିତ ବର୍ଷ ବହୁ ଆଡମ୍ବରରେ ଧନୁଯାତ୍ରା କରାଯିବ | ତେବେ ଦର୍ଶକ କିପରି ଭଲଭାବେ ଉପଭୋଗ କରିପାରିବେ ସେନେଇ ବ୍ୟବସ୍ଥା କରାଯାଇଥିବା ଜଣାଯାଇଅଛି ।