#ବସ୍ତା_ବିଜୁ_ଯୁବଛାତ୍ର_ଜନତା_ଦଳ_ପକ୍ଷରୁ_ସମ୍ବର୍ଦ୍ଧନା_ଅନୁଷ୍ଠିତ
ବସ୍ତା ନିର୍ବାଚନ ମଣ୍ଡଳୀ କଟିପୋଲ ପ୍ରିନ୍ସ କଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
ବସ୍ତା ନିର୍ବାଚନ ପ୍ରିନ୍ସ କଲ୍ୟାଣ ମଣ୍ଡଳୀ ଠାରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ନବନିଯୁକ୍ତ ଜିଲ୍ଲା ଛାତ୍ର ସଭାପତି ହରେକୃଷ୍ଣ ପ୍ରଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ସମ୍ବର୍ଦ୍ଧନା ସଭାରେ ଦଳର ଯୁବ ଓ ଛାତ୍ର ନେତୃତ୍ୱଙ୍କ ସମେତ ବହୁ କର୍ମୀ ଓ ସମର୍ଥକ ଯୋଗଦେଇ ନବନିଯୁକ୍ତ ଜିଲ୍ଲା ଛାତ୍ର ସଭାପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।ସଭାରେ ଆଗାମୀ ଦିନରେ ଦଳକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା, ଛାତ୍ର ଓ ଯୁବମାନଙ୍କୁ ଅଧିକ ସଂଗଠିତ କରିବା ସହ ନୂତନ ପିଢ଼ିର ସମସ୍ୟା ଓ ଅଧିକାରକୁ ନେଇ ଲଢ଼େଇ ଜାରି ରଖିବା ଉପରେ ଆଲୋଚନା ହୋଇଥିଲା।ନବନିଯୁକ୍ତ ଜିଲ୍ଲା ଛାତ୍ର ସଭାପତି ହରେକୃଷ୍ଣ ପ୍ରଧାନ ଛାତ୍ର ଓ ଯୁବ ସମାଜକୁ ଏକଜୁଟ କରି ଦଳର ସଂଗଠନକୁ ଆହୁରି ମଜବୁତ କରିବା ସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।ସଭା ଶେଷରେ ନୂତନ ଜିଲ୍ଲା ଛାତ୍ର ସଭାପତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
#fightcoronavirus #nabinpattanayak #bjd #BijuJanataDalOdisha #biju Mahadev Das Rabinarayan Satpathy Naveen Patnaik Bjd Fan Odisha Snehangini Chhuria Manas Ranjan Behera Rajkishore Behera Mahima TV BYJD BASTA Ajit Kumar Sahoo Journalist Pranab Prakash Das Jyoti Prakash Panigrahi Goutambuddha Das Dinabandhu Pradhan
Basta, Balasore | Aug 25, 2026