ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ସରକାର ବିଭିନ୍ନ କଟକଣା ଓ ନିୟମ ପ୍ରଣୟନ କରିଛନ୍ତି। ମାତ୍ର ବାଲେଶ୍ୱର ଜିଲ୍ଲା ବସ୍ତା ଗୋଷ୍ଠୀ ଶିକ୍ଷା ଅଧୀନସ୍ଥ ଦରଡ଼ା ଲଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ ହୋଇଛି। ସରକାରୀ ନିୟମର ଖୋଲାଖୋଲି ଅମାନ୍ୟ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ସରକାରୀ କୋଡ ଅନୁଯାୟୀପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟତ୍ରୀ ସକାଳ ୬:୩୦ମିନିଟରେ ବିଦ୍ୟାଳୟ ପରିସ ରରେ ଉପସ୍ଥିତ ରହିବା ବାଧ୍ୟାତ୍ମକ। ମାତ୍ର ଏହି ନିୟମକୁ ଫୁ କରି ଉଡ଼ାଇ ଦେଇ କିଛି ଶିକ୍ଷକ ନିଜ ଇଚ୍ଛା ମୁତାବକ ବିଳମ୍ବରେ ବିଦ୍ୟା ଳୟରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି।
CMO Odisha Surajtv Surajtv Odia Prabhati Parida #nityanandagond Education Minister #odisha Pratap Chandra Sarangi PMO India Rabindra Kumar Jena Kanak Vardhan Singh Deo DM Kalahandi #deobalasore #beobasta
Basta, Balasore | Aug 22, 2026