ସମ୍ବଲପୁର ର ପୂର୍ବତନ ବିଧାୟିକା ତଥା ସମାଜସେବୀ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଙ୍କ ସୋମବାର ସନ୍ଧ୍ୟାରେ ତାଙ୍କ ବାସ ଭବନରେ ପରଲୋକ ହୋଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗ କୁ ନେଇ କୁଚିଣ୍ଡା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସାମାଜିକ ଗଣମାଧ୍ୟମରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଅନ୍ୟ ପଟେ ପୁର୍ବତନ ବିଧାୟକ କିଶୋର ନାଏକ ଓ ଜିଲ୍ଲା ପରିଷଦ ସଭାନେତ୍ରୀ କୁମୁଦିନୀ ନାଏକ ମଧ୍ୟ ବୁଧବାର ସନ୍ଧ୍ୟା ୬ ଟାରେ ଶୋକ ବ୍ୟକ୍ତ କରିଛନ୍ତି।