ନକ୍ସଲମୁକ୍ତ ହେଲା କଳାହାଣ୍ଡି: କିଭଳି ମିଳିଲା ସଫଳତା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
Bhabanipatana, Kalahandi | Nov 27, 2026
ଭବାନୀପାଟଣାରେ ପି.ଆଇ.ବି ର ‘ବାର୍ତ୍ତାଳାପ’ କର୍ମଶାଳାରେ କଳାହାଣ୍ଡି ଏସ୍.ପି ନାଗରାଜ ଦେବରକୋଣ୍ଡା ଜିଲ୍ଲା କିଭଳି ନକ୍ସଲମୁକ୍ତ ହେଲା ତାର ଖୁଲାସା କରିଛନ୍ତି। ୩,୫୦୦ରୁ ଅଧିକ ଅପରେସନ୍, ୧୫ ମାଓବାଦୀ ନିହତ ଏବଂ ୨୦ ଜଣଙ୍କ ଆତ୍ମସମର୍ପଣ ସହ ବ୍ୟାପକ ବିକାଶମୂଳକ କାର୍ଯ୍ୟର ରିପୋର୍ଟ ଦେଇଛନ୍ତି।