ଗତକାଲି ବାଙ୍କୀ କଳା ପଥର ମେଡିକାଲ ନିକଟରେ ବାପର କଟୁରି ଚୋଟ ରେ ଝିଅ ଆହତ ହୋଇଥିଲେ। ଆଜି ଅପରାହ୍ନ ରେ ବାପା ଗିରଫ। ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଏନେଇ ମାଆ ବୈଦେଶ୍ୱର ଥାନା ରେ ଏତେଲା ଦେଇଛନ୍ତି। ପାରିବାରିକ ଗଣ୍ଡଗୋଳ ପାଇଁ ଏପରି ହୋଇଥିବା ପୋଲିସ ସୂଚନା ଦେଇଛି। କାଲି ଠୁଁ ଆହତ ଝିଅ ର ବାପା ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁର ବାଙ୍କନିଧି ପଣ୍ଡା ଫେରାର ଥିଲା। ଆଜି ପୋଲିସ ଅପରାହ୍ନ ରେ ଗିରଫ କରିଛି।