#ଯାଜପୁରରେ_ପାଳିତ_ହେଲା_ଶେଷ_ରଜ
ଶେଷ ରଜ ପର୍ବ। ତିନି ଦିନର ଉତ୍ସବର ହୋଇଛି ଅନ୍ତିମ ପର୍ଯ୍ୟାୟ। ରଜ ଦୋଳି, ପିଠାପଣା ଓ ପାରମ୍ପରିକ ରୀତିନୀତିରେ ମୁଖରିତ ହୋଇଥିବା ଗାଁଠୁ ସହର ପର୍ଯ୍ୟନ୍ତ ପରିବେଶ। ଶେଷ ରଜରେ ମଧ୍ୟ ମହିଳା ଓ ଯୁବତୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ପହିଲି ରଜରୁ ଆରମ୍ଭ ହୋଇଥିବା ଉତ୍ସବ ଆଜି ଶେଷ ହୋଇଚି। ନୂଆ ପୋଷାକ ପିନ୍ଧି, ସଜବାଜ ହୋଇ ରଜ ଦୋଳିର ମଜା ନେଇଛନ୍ତି କୁଆଁରୀ ଝିଅମାନେ। ଘରେ ଘରେ ଚାଲିଥିଲା ପାରମ୍ପରିକ ପିଠାପଣାର ଆସର। ରଜ ଗୀତର ତାଳେ ଗାଁର ପରିବେଶ ହୋଇଛି ଉତ୍ସବମୁଖର । ଯାଜପୁର ବ୍ଲକ ଖଇରାବାଦ ଗ୍ରାମରେ ଶେଷ ରଜ ଅତି ଧୁମ୍ ଧାମରେ ପାଳନ କରାଯାଇଛି। ଗ୍ରାମର କୁଆଁରୀ ଝିଅମାନେ ରଜ ଦୋଳି ର ମଜା ନେଉଥିବା ଦେଖିବାକୁ ମିଳିଥିଲା ଅନ୍ତିମ ରଜ ପର୍ବ ପାଇଁ ସବୁଠି ଉତ୍ସବର ମାହୋଲ ଖେଳି ଯାଇଛି।
#lntvnetwork #JajpurNews #jajpurkhabar #Aeiodisha