ଆଜି ଫେବୃଆରି 22 ତାରିଖ ରବିବାର ଅପରାହ୍ନ 4: 30 ପାଖାପାଖି ସମୟରେ ଘଟିଛି ଏହି ଦୁର୍ଘଟଣା। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି ଚାଳକ। ତେବେ ଏହି ଘଟଣାର ସୂଚନା ଟାଉନ ଥାନା ଅତିରିକ୍ତ ଆଇ ଆଇ ସି ପାଇବା ପରେ 112 କୁ ସୂଚନା ଦେବା ସହ ନିଜେ ତାଙ୍କ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ତେବେ ଅଗ୍ନି ଶମ ବାହିନୀ ଦ୍ଵାରା ନିଆଁକୁ ଆୟତ୍ତ କରାଇଥିଲେ ମଧ୍ୟ ଗାଡ଼ିର ଇଞ୍ଜିନ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା କଥା ଜଣା ପଡିଛି। ଦେଖନ୍ତୁ ସେହି ଭୟଙ୍କର ଅଗ୍ନିକାଣ୍ଡର ଦୃଶ୍ୟ।