ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁ ରେ ଘଟିଯାଇଛି ଅଘଟଣ । ଗାଁର ଚନ୍ଦ୍ରମଣୀ ପତିଙ୍କ ସ୍ତ୍ରୀ ରାଜଶ୍ରୀ ପତି ଅତ୍ଯଧିକ ଥଣ୍ଡାରୁ ରକ୍ଷା ପାଇବା ପାଈଁ ଆଜି ସକାଳୁ ଚୁଲିଜାଳି ନିଆଁପୁଇଁ ହେଉଥିଲେ। ଅସାବଧାନତା କାରାଣରୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯିବାରୁ ପୋଡିହୋଇ ଗୁରୁତର ହୋଇଥିଲେ। ଆମ୍ବୁଲାନ୍ସ ସାହାଯ୍ଯରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ ଦିନ ଗୋଟାଏ ବେଳେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।