ସୀତାକୁଣ୍ଡର ପୁନର୍ବିକାଶ ଓ ଜାଫ୍ରା ଚାଷର ବିକାଶ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ଗସ୍ତ I ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନ, କୃଷି ଓ ଆଦିବାସୀ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସମୀକ୍ଷା ଗସ୍ତ। ଖଇରପୁଟର ସୀତାକୁଣ୍ଡର ପୁନର୍ବିକାଶ ନେଇ OTDC, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ସ୍ଥାପତ୍ୟ ବିଶେଷଜ୍ଞଙ୍କ ସହ ସାଇଟ୍ ପରିଦର୍ଶନ କରାଯାଇଥିଲା। ପର୍ଯ୍ୟଟକଙ୍କ ସୁବିଧା, ସୌନ୍ଦର୍ଯ୍ୟୀକରଣ ଓ ପରିବେଶ-ଅନୁକୂଳ ବିକାଶ ଉପରେ ଆଲୋଚନା ହୋଇଛି। ଏହାସହ ଚିତ୍ରକୋଣ୍ଡା ବ୍ଲକର ପୋପଲୁର ଅଞ୍ଚଳରେ ଆଦିବାସୀ ହିତାଧିକାରୀଙ୍କ ସହ ଭିବି-ଜି ରାମ-ଜି ଯୋଜନା, ଜବ୍ କାର୍ଡ, ଆଧାର ଅପଡେଟ୍ ଓ ମଣ୍ଡି ନିର୍ମାଣ ନେଇ ଆଲୋଚନା କରାଯାଇଥିଲା।