ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣିଂ ଯାରି କଲା ରାଜ୍ୟ ପାଣିପାଗ କାର୍ଯ୍ୟାଳୟ
ସମ୍ବଲପୁର ଜିଲ୍ଲା ଆଗାମୀ କିଛି ଦିନ ପାଇଁ ରାଜ୍ୟର ଅନ୍ୟତମ ପ୍ରମୁଖ ଉତ୍ତପ୍ତ ସହର ହେବାକୁ ଯାଉଛି। ଏନେଇ ରାଜ୍ୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଆଜି ସୁଚନା ମିଳିଛି। ମିଳିଥିବା ସୁଚନା ଅନୁସାରେ ଆଗାମୀ ୨୩ ତାରିଖ ଦିନ ସମ୍ବଲପୁର ଜିଲ୍ଲାର ଦୈନିକ ତାପମାତ୍ର ୪୨ ଡିଗ୍ରୀ ରହିବା ନେଇ ପୁର୍ବାନୁମାନ କରାଯାଇଛି। ଏନେଇ ଆଜି ରାଜ୍ୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସମ୍ବଲପୁର ଜିଲ୍ଲାକୁ ରେଡ୍ ୱାର୍ଣିଂ ଯାରି କରି ଚେତାବନୀ ଯାରି କରାଯାଇଛି।