ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ଼ବାଉସେନ ଗ୍ରାମ ପଞ୍ଚାୟତର ସାଲେଦମକି ଗ୍ରାମ ରାସ୍ତା ନିର୍ମାଣ କାମ ଏବେ ଗୁରୁତର ପ୍ରଶ୍ନର ସମ୍ମୁଖୀନ ହୋଇଛି। କଳଙ୍ଗାଡେରା ଠାରୁ ସାଲେଦମକି, ଭାୟା କୁର୍ଲାମୁଣ୍ଡା ଓ ବଡ଼ବାଉସେନ ଯାଉଥିବା ଏହି ରାସ୍ତାରେ କାମର ଗୁଣମାନ ନେଇ ସ୍ଥାନୀୟ ଲୋକମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।ଭିଜୁଆଲରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ସାଧାରଣ ହାତ ମାରିଲେ ମଧ୍ୟ ରାସ୍ତା ଉପରୁ ପିଚୁ ଉଠିଯାଉଛି।