ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର କଲେଜରେ ଆଜି ଅଧକ୍ଷ ପ୍ରତାପ କୁମାର ମହାକୁଳ ଏବଂ କିରାଣି ମହମ୍ମଦ ମୌଜମଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସୋମବାର କଲେଜ୍ ପରିସରରେ ବରିଷ୍ଠ ଅଧ୍ୟାପକ ଘାସିରାମ ବାରିକ ଅଧ୍ଯକ୍ଷତା ରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଉପମା ମହାପାତ୍ର, ଜୟପ୍ରକାଶ ଗୁପ୍ତା, ନୃପଲାଲ ପଳେଇ ଓ ସଜନ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ। ବରିଷ୍ଠ ଅଧ୍ୟାପକ ତପନ କୁମାର ଜୟପୁରିଆ ମଞ୍ଚ ପରିଚାଳନା କରିଥିଲେ।