ଆନନ୍ଦପୁର: ଚୋରଗଡ଼ିଆ ଛକରେ ବସ୍ ପଛରେ ଧକ୍କା ବାଇକ ଅରୋହି ଦେଇ ଶିକ୍ଷକ ଗୁରୁତର
ଆନନ୍ଦପୁର - ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ଚୋରଗାଡ଼ିଆ ଛକରେ ଜଣେ ବାଇକ୍ ଆରୋହୀ ଶିକ୍ଷକ ବସ୍ ପଛକୁ ଧକ୍କା ଦେଇ ଗୁରୁତର ହୋଇଛନ୍ତି। ଆଜି ଦିନ ଦୁଇଟା ସମୟରେ ଭଦ୍ରକରୁ କେନ୍ଦୁଝର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଟି ଚୋରଗଡ଼ିଆ ଛକରେ ଠିଆ ହୋଇଥିବା ବେଳେ ଜଣେ ବାଇକ ଅରୋହି ଶିକ୍ଷକ ବସକୁ ପଛପଟୁ ଧକ୍କା ଦେଇଥିଲା । ଶିକ୍ଷକ ଜଣକ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଡାକ୍ତର ଖାନା ପଠାଇଛନ୍ତି।