ବଲାଙ୍ଗୀର: ମହିଳା ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ସାଇବର ପୋଲିସ ତରଫରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ଭାବରେ ସାଇବର ଜଗତ ବ୍ୟବହାର କରିବା ବିଷୟରେ ସଚେତନତା କରା ଯାଇ ଥିଲା ପୋଲିସ ଅଧିକାରୀମାନେ ସାଇବର ଠକେଇ, ଅନଲାଇନ ଅପରାଧ ଓ ସୋସିଆଲ ମିଡିଆ ବ୍ୟବହାର ସମୟରେ ସାବଧାନତା ବିଷୟରେ ଆଲୋଚନା କରି ଥିଲେ ସମସ୍ତଙ୍କୁ ନିଜ ନିଜ ପରିବାର ଓ ସମାଜରେ ସଚେତନତା ବଢାଇବା ପାଇଁ ଆହ୍ୱାନ ଦିଆଯାଇ ଥିଲା ବୋଲି ପୋଲିସ ଆଜି ରାତି ୯ଟା ୨୨ମିନିଟ ସମୟ ରେ ସୂଚନା ଦେଇଛି