#ତିରିଲଡିହି ଠାରୁ ଗୁଳିଡିହି ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ; ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି...
ମୋରଡା ଥାନା ଅଧିନ ଘୋଳମୁହାଁ ପଞ୍ଚାୟତର ଠେଙ୍ଗାତାଣ୍ଡି ଗ୍ରାମର ତିରିଲଡିହି ସାହିରୁ ଗୁଳିଡିହି ପର୍ଯ୍ୟନ୍ତ ଦୀର୍ଘ ଏକ କିଲୋମିଟର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।ଯାହା ଫଳରେ ଗାଁ ଭିତରକୁ ଆମ୍ବୁଲାନ୍ସ ପଶିବା ତୋ ଦୂରର କଥା ସାଧାରଣ ଲୋକଟିଏ ସାଇକେଲରେ ଯିବା ମୁସ୍କିଲ।ଆଦିବାସୀ ବହୁଳ ଏଠାକାର ଲୋକମାନେ ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଯାତାୟତରେ ବିଭିନ୍ନ ପ୍ରକାରର ବାଧାବିଘ୍ନର ସମ୍ମୁଖିନ ହେଉଛନ୍ତି।ତେବେ ଉକ୍ତ ଗ୍ରାମ ନିକଟ ଦେଇ ବାଉରା ନଦୀ ପ୍ରବାହିତ ହୋଇଥିବା ବେଳେ ବର୍ଷାଦିନେ ରାସ୍ତା ଉପରେ ପାଣି ଜମି ରହିବା ଫଳରେ କାଦୁଅ ପଚପଚ ଅଣ ଓସାରିଆ ରାସ୍ତାରେ ଯାତାୟାତରେ ସମସ୍ୟା ଉପୁଜିଥାଏ।ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଗାଁ ଭିତରକୁ ଜରୁରୀକାଳୀନ ସେବା ପାଇଁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ି ପ୍ରବେଶ କରିପାରେ ନାହିଁ।ଫଳରେ ରୋଗୀଙ୍କୁ ଖଣ୍ଡେ ଦୂରକୁ ବୋହିକି ନେବାକୁ ପଡ଼ିଥାଏ ଏବଂ ଜରୁରୀକାଳୀନ ସେବା ପାଇବା ପାଇଁ ଲୋକଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ।ଏହି ସମସ୍ୟା ଦୀର୍ଘ ଦିନରୁ ଲାଗି ରହିଥିବା ବେଳେ ଏଥିପ୍ରତି କାହାରି ନିଘା ନାହିଁ। ତେବେ ନୂତନ ରାସ୍ତା ନିର୍ମାଣ ପାଇଁ ପୂର୍ବରୁ ଗ୍ରାମବାସୀ ଦାବି କରିଆସୁଥିଲେ ସୁଦ୍ଧା ସମସ୍ୟାର ସମାଧାନ ଦିଗରେ ପ୍ରଶାସନିକ ସ୍ତରରେ ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।ତେଣୁ ଆଦିବାସୀ ବହୁଳ ଏହି ଗ୍ରାମରେ ତୁରନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଧାର୍ମା ହେମ୍ବ୍ରମ, ପିତାମ୍ବର ହେମ୍ବ୍ରମ,ଶାଙ୍ଖ ହେମ୍ବ୍ରମ, ମେଘରାୟ ହେମ୍ବ୍ରମଙ୍କ ସହ ଅନ୍ୟମାନେ ଦାବି କରିଛନ୍ତି।।।
#Mayurbhanj #baripada