ଓଡିଶା ପ୍ରାଥମିକ ଶିକ୍ଷକ ମହାସଂଘ ର ଦୁଇ ଦଫା ଯଥା ପ୍ରଥମତଃ ପ୍ରାଥମିକ ଶିକ୍ଷକ ମାନଙ୍କ ର ମୂଳ ପଦବୀ କୁ ଉନ୍ନୀତ କରି ଲେଭେଲ -୯ ଅନୁଯାୟୀ ବେତନ ପ୍ରଦାନ ଓ ଦ୍ଵିତୀୟତଃ ଠିକା ପ୍ରଥା ଉଚ୍ଛେଦ ପୂର୍ବକ ୨୦୦୧ ଠାରୁ ଠିକା ସୁତ୍ର ରେ କାର୍ଯ୍ୟରତ ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ ଠିକା ଅବଧି କୁ ମୂଳ ଚାକିରି ଅବଧି ରେ ଗଣନା କରିବାକୁ ଦାବି କରିଛନ୍ତି।ଏହି ପରିପ୍ରେକ୍ଷୀ ରେ ଆଜି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ର ଉକ୍ତ ଶ୍ରେଣୀ ଅନ୍ତର୍ଭୁକ୍ତ କର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।