ବରଗଡ: ବରଗଡ଼ ବିଧାୟକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ନବ ନିର୍ମିତ ପ୍ରତୀକ୍ଷାଳୟର କଲେ ଉଦଘାଟନ,ଶୁଣନ୍ତୁ ପ୍ରତିକ୍ରିୟା
ବରଗଡ଼ ସହରର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ନବନିର୍ମିତ ପ୍ରତୀକ୍ଷାଳୟର ଉଦଘାଟନ କଲେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ | ରବିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଫିତା କାଟି ଉଦଘାଟନ କରିଛନ୍ତି | ନେତା ମନ୍ତ୍ରୀଙ୍କୁ ସମସ୍ୟା ଜଣାଇବା ପାଇଁ ଆସୁଥିବା ଜନସାଧାରଣ ମାନଙ୍କ ବସିବା ପାଇଁ କୌଣସି ବ୍ୟବସ୍ଥା ନ ଥିବା ବେଳେ ନବନିର୍ମିତ ପ୍ରତୀକ୍ଷାଳୟର ନିର୍ମାଣ କରାଯାଇଛି | ଏହାଦ୍ୱାରା ଜନସାଧାରଣ ମାନେ ଠିକ ବହୁ ଉପକୃତ ହେବେ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ ଜଣାଇଛନ୍ତି ।