#ସଞ୍ଜମ_ମହାନ୍ତି_ଏନ୍_ସି_ସ୍ଵୟଂଶାସିତ_ମହାବିଦ୍ୟାଳୟ_ଛାତ୍ର_ସଂସଦର_ସଭାପତି_ନିର୍ବାଚିତ ଯାଜପୁର ର ସର୍ବପୁରାତନ ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ଛାତ୍ର ଆସୋସିଏସନ ନିର୍ବାଚନର ଆନୁଷ୍ଠାନିକ ଫଳାଫଳ ଆଜି ପ୍ରକାଶ ପାଇଛି। ନିର୍ବାଚନ ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟୀ ପ୍ରାର୍ଥୀମାନଙ୍କର ଚୂଡ଼ାନ୍ତ ତାଲିକା ଘୋଷଣା କରିଛନ୍ତି। ଯୁକ୍ତ ତିନି ତୃତୀୟ ବର୍ଷ କଳା ବିଭାଗର ଛାତ୍ର ସଞ୍ଜମ ମହାନ୍ତି ପ୍ରତିଦ୍ୱନ୍ଦ୍ୱିତା କରି ସମ୍ମାନଜନକ ଛାତ୍ର ସଂସଦ ସଭାପତି ପଦବୀ ହାସଲ କରିଛନ୍ତି। ଏହା ସହିତ ପୃଥିରାଜ ଜେନା ଉପ-ସଭାପତି, ସୁସ୍ମିତା ନନ୍ଦ ସାଧାରଣ ସମ୍ପାଦକ ଏବଂ ତ୍ରିଶା ବେହୁରିଆ ସହ-ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହ ମହାବିଦ୍ୟାଳୟର ଅନ୍ୟାନ୍ୟ ଆନୁଷଙ୍ଗିକ ସଂସଦ ଓ କମନ ରୁମ୍ ପାଇଁ ସମସ୍ତ ବିସିଜେଡି ସମର୍ଥିତ ସମସ୍ତ ପାର୍ଥି ମାନେ ନିର୍ବାଚିତ ହୋଇଛନ୍ତି। ଆସନ୍ତା କାଲି ଦିନ ୧୧ ସମୟରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଚଳିତ ଶିକ୍ଷାବର୍ଷ ପାଇଁ ନିଜର ଦାୟିତ୍ୱ ଗ୍ରହଣ କରିବେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି। #nccollege #BCJDODISHA #CollegeElection #foryou #trendingreels #facebookviral #lntvnetwork #JajpurNews #jajpurkhabar #Aeiodisha