ଖାଲି ଶିକ୍ଷା ନୁହେଁ, ସେବା କରିବାରେ ମାହିର ଆମ ମଳୟ ସାର୍! 🙏✨
ବନ୍ୟା ବିପର୍ଯ୍ୟୟର ଏହି ଦୁଃସମୟରେ ଭୋଗରାଇବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି କମର୍ଦ୍ଦା କଲେଜ୍ ଛକ ସ୍ଥିତ 'ୟୁନିକ୍ ଗ୍ରୁପ୍ ଅଫ୍ ଏଜୁକେଶନ'ର ଉପଦେଷ୍ଟା ତଥା ଯୁବ ଶିକ୍ଷକ ମଳୟ କୁମାର ଶୂର।
ଲଗାଣ ବର୍ଷା ଓ ସୁବର୍ଣ୍ଣରେଖା ନଦୀର ପ୍ରଖର ସ୍ରୋତ ଯୋଗୁଁ ଜଳବନ୍ଦୀ ହୋଇ ରହିଥିବା ନହରା ପଞ୍ଚାୟତର ବଡ଼ମନ୍ଦରୁଣୀ ଗ୍ରାମରେ ପାଖାପାଖି ୫୦୦ ବନ୍ୟା ପ୍ରପୀଡ଼ିତ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି।
: ପ୍ରତ୍ୟେକ ବନ୍ୟା ଓ ବାତ୍ୟା ସମୟରେ କୌଣସି ପରିସ୍ଥିତିକୁ ଖାତିର ନକରି ସାଧାରଣ ଲୋକଙ୍କ ପାଖରେ ଠିଆ ହୋଇଥାନ୍ତି ସେ।
: ଏହି ମାନବିକ କାର୍ଯ୍ୟକ୍ରମରେ ୟୁନିକ୍ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଜ୍ୟୋତି ପ୍ରକାଶ ଭୂୟାଁ ଏବଂ ଛାତ୍ର ସତ୍ୟନାରାୟଣ ଦେ, ରାଧାକୃଷ୍ଣ ଅଧିକାରୀ, ସୁନୀଲ ବେହେରା, ମାନସ ମାଟି, ଅଭିଜିତ୍ ଜେନା ପ୍ରମୁଖ ସହଯୋଗ କରିଥିଲେ।
ନିଃସ୍ୱାର୍ଥପର ସେବା ଓ ମହତ କର୍ମ ପାଇଁ ଆଜି ବିଭିନ୍ନ ମହଲରୁ ମଳୟ ସାର୍ଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଆପଣଙ୍କୁ ଆମର ଅନେକ ଅନେକ ସାଧୁବାଦ! 👏
#MalayaKumarShoor #UniqueGroupOfEducation #BhogaraiFloodRelief #YouthIcon #SocialService #OdishaHeroes