ପାରଳାଖେମୁଣ୍ଡି: ଗଜପତି ବନ୍ୟା ବିପନ୍ନଙ୍କ ପାଇଁ ୧ ମାସର ରିଲିଫ୍ ଦାବି କଲେ ପାରଳା ବିଧାୟକ
ଗଜପତିରେ ବନ୍ୟା ଯୋଗୁଁ ୭୦% ଫସଲ ନଷ୍ଟ ହୋଇଥିବା ବେଳେ ବନ୍ୟା ବିପନ୍ନଙ୍କ ପାଇଁ ଏକ ମାସର ରିଲିଫ୍ ଦାବି କରିଛନ୍ତି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ଚଳିତ ସପ୍ତାହରେ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଗଜପତି ଗସ୍ତ କରିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।