ଏୟାରଫିଲଡ କପିଳ ପ୍ରସାଦ: ରାଜଧାନିରେ ଲୁଟ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ଗିରଫ ଆଉଜଣେ ଅଭିଯୁକ୍ତନେଇ ସୁନ୍ଦରପଦା ରାସ୍ତାରେ କ୍ରାଇମସିନ ରିକ୍ରିଏସନ କଲା ପୋଲିସ
ରାଜଧାନୀରେ ଲୁଟ୍ ପାଇଁ ମହିଳାଙ୍କୁ ହତ୍ୟା ଘଟଣାରେ ନଭେମ୍ୱର ୨୫ ତାରିଖରେ ଜଣେ ଅଭିଯୁକ୍ତକୁ ଝାଡଖଣ୍ଡରୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଆଜି 9.34ରେ ମୁଖ୍ୟ ଅଭିଯୁକ୍ତକୁ ବଡ଼ବିଲ ଅଞ୍ଚଳରୁ ଗିରଫ କରିଛି ଏୟାରଫିଲଡ଼ ଥାନା ପୋଲିସ । ଏହା ଶହ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରିଛି ଏୟାରଫିଲଡ଼ ଥାନା ପୋଲିସ | ସୂଚନା ମୁତାବକ, ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ କମିସନରେଟ ପୋଲିସ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲା। ଶେଷରେ ଆଜି ଫେରାର ଥିବା ମୋଷ୍ଟ ୱାଣ୍ଟେଡ କୁ ଧରିବାରେ ସଫଳ ହୋଇଛି ପୋଲିସ ।