ବାଉଁଶୁଣୀରେ ଗୋ ଚାଲାଣ ବେଳେ ଗୁଳିଚାଳନା; ୭୦ ଗୋରୁ ସୁରକ୍ଷିତ ଉଦ୍ଧାର!
ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ଅଞ୍ଚଳରେ ଏକ ବଡ଼ଧରଣର ବେଆଇନ ଗୋ ଚାଲାଣ ଉଦ୍ୟମ ପଣ୍ଡ। ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦର ସ୍ୱେଚ୍ଛାସେବୀମାନଙ୍କ ତତ୍ପରତା ଯୋଗୁଁ ପ୍ରାୟ ୭୦ ଗୋଟି ଗୋରୁ ମାଫିଆଙ୍କ କବଳରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ ବେଳେ ଭୟ ସୃଷ୍ଟି କରିବା ପାଇଁ ଗୋ ମାଫିଆମାନେ ୧ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛନ୍ତି।
ଖବର ପାଇ ବାଉଁଶୁଣୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଉପସ୍ଥିତିରେ ସମସ୍ତ ୭୦ ଗୋରୁଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଗୋଶାଳାକୁ ହସ୍ତାନ୍ତର କରାଯାଇଛି।
ମାଫିଆଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
#BaudhNews #Bauhunsuni #CowSmuggling #BajarangDal #VHP #OdishaNews #ArgusNews #BreakingNews #CrimeUpdate
Baudh Sadar, Boudh (Bauda) | Jun 13, 2026