ମାନବିକତାର ଅନନ୍ୟ ଉଦାହରଣ: ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଶବ ସତ୍କାର କଲେ ରାମଲୀଳା ନାଟ୍ୟ ସଂସଦର ସଦସ୍ୟ
ଆଜି ବୌଦ୍ଧ ଜିଲ୍ଲା ଝାଡ୍ରାଜିଙ୍ଗ ସ୍ଥିତ ବୃଦ୍ଧାଶ୍ରମର ଅନ୍ତେବାସୀ ସେବତୀ କଅଁର (୬୦, ଗ୍ରାମ- ଲୁଣୀବାହାଲ କଣ୍ଟିଆପଦର)ଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଯାଇଛି।
ଏହି ଦୁଃଖଦ ସମୟରେ ବୃଦ୍ଧାଶ୍ରମର କାର୍ଯ୍ୟକର୍ତ୍ତା ସନ୍ତୋଷ ରାଉତ ଶବ ସତ୍କାର ପାଇଁ ଶ୍ରୀ ରାମଲୀଳା ନାଟ୍ୟ ସଂସଦର ସଦସ୍ୟମାନଙ୍କ ସହ ଯୋଗାଯୋଗ କରିଥିଲେ। ଖବର ପାଇ ସାମାଜିକ ଦାୟିତ୍ୱବୋଧର ସହ ସଂସଦର ସଦସ୍ୟ ଶ୍ରୀଯୁକ୍ତ ମନୋଜ ସାହୁ, ବିଦ୍ୟାଧର ପ୍ରଧାନ, ସନ୍ତୋଷ ସାହୁ, ଜଗଦୀଶ ବାରିକ, ମନୋରଞ୍ଜନ ମିଶ୍ର, ଜିତେନ୍ଦ୍ର ପାଣି, ମିକୁନ ଘିବେଲା, କାହ୍ନା ମହାପାତ୍ର ଓ ରିତେଶ ମହାପାତ୍ର ପ୍ରମୁଖ ବୌଦ୍ଧ ରାଜଘାଟ ଠାରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଶବ ସତ୍କାର କରି ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି।
ଅମର ଆତ୍ମାର ସଦଗତି କାମନା କରିବା ସହ ଏହି ମହତ କାର୍ଯ୍ୟ ପାଇଁ ଶ୍ରୀ ରାମଲୀଳା ନାଟ୍ୟ ସଂସଦର ସମସ୍ତ ସଦସ୍ୟଙ୍କୁ ସାଧୁବାଦ।
#Baudh #Humanity #SocialService #RamleelaNatyaSansad #OdishaNews #BaudhNews #Inspirational